ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀମତୀ ପ୍ରଭାତୀ ପରିଡା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ
ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀମତୀ ପ୍ରଭାତୀ ପରିଡା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ
ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପ୍ରସ୍ତୁତିରେ ଆମକୁ ସହଯୋଗ କରନ୍ତୁ ।
ଆମେ ପରସ୍ପରକୁ ସହଯୋଗର ହାତ ବଢ଼ାଇଲେ ସମସ୍ତେ ମିଳିମିଶି ଏକ ଉଜ୍ଜ୍ୱଳ, ଶକ୍ତିଶାଳୀ ଓ ସମୃଦ୍ଧ ଓଡ଼ିଶା ଗଠନ କରିପାରିବା ।
ଆସନ୍ତୁ, ଆମେ ଓଡ଼ିଶା ପାଇଁ ଯେଉଁ ଭବିଷ୍ୟତର ସ୍ୱପ୍ନ ଦେଖୁଛେ, ତାହା ମିଳିମିଶି ନିର୍ମାଣ କରିବା !!
୨୦୩୬ ରେ ଓଡ଼ିଶା, ଗଠନର
୨୦୪୭ ରେ ଭାରତ, ସ୍ୱାଧୀନତାର
ଉତ୍ସବ ପାଳନ କରିବ
ଉତ୍ସବ ପାଳନ କରିବ
୨୦୩୬ ମସିହାରେ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରାଯିବ । ଏହି ଦୁଇଟି ଐତିହାସିକ ଘଟଣା ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଆମପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି । ଏହି ଅବିସ୍ମରଣୀୟ ମୁହୂର୍ତ୍ତ ଆମର ଭବିଷ୍ୟତ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।
‘ବିକଶିତ ଭାରତ’ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ ଥିବାବେଳେ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ର ସହଭାଗୀ-ନିର୍ମାଣରେ ଆମ ସହ ସାମିଲ ହେବାକୁ ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ । ଆସନ୍ତୁ, ମିଳିମିଶି ଓଡ଼ିଶାର ଏକ ସମୃଦ୍ଧ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବା !
ଅର୍ଥନୈତିକ ବିକାଶର ଦ୍ରୁତାୟନ, ସମାବେଶୀ ତଥା ନିରନ୍ତର ସାମଗ୍ରିକ ଅଭିବୃଦ୍ଧି ଏବଂ ଏଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରପାଇଁ ଆପଣଙ୍କ ମୂଲ୍ୟବାନ୍ ଧିମତ୍ତା ଓ ପରାମର୍ଶ ନିର୍ଦ୍ଧାରିତ ବିଭିନ୍ନ ମଞ୍ଚ ମାଧ୍ୟମରେ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପ୍ରସ୍ତୁତି ଉଦ୍ୟମରେ ସାମିଲ କରିବା ନିମନ୍ତେ ଆମେ ଆପଣଙ୍କୁ ସାଗ୍ରହ ନିମନ୍ତ୍ରଣ କରୁଛୁ । ନିମ୍ନଲିଖିତ ଡିଜିଟାଲ ଚ୍ୟାନେଲ୍ ମାଧ୍ୟମରେ ଆପଣ ଆପଣଙ୍କ ବିଚାର ଦାଖଲ କରିପାରିବେ ।
ବିକଶିତ ଭାରତ ପାଇଁ ବିକାଶର ଅଗ୍ରଦୂତ ହୁଅନ୍ତୁ ଏବଂ ଏକ ବିକଶିତ ଓଡ଼ିଶା ଗଠନ କରନ୍ତୁ, ଯାହା ସମସ୍ତଙ୍କ ପାଇଁ ସୁଖ, ସ୍ଵାସ୍ଥ୍ୟ ଏବଂ ସମୃଦ୍ଧିର ସୁଯୋଗ ସୃଷ୍ଟି କରିପାରିବ ।
ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଶୀର୍ଷସ୍ତରୀୟ କେନ୍ଦ୍ରସ୍ଥଳରେ ପରିଣତ କରିବା ।
ଓଡ଼ିଶାକୁ ସୁଚିନ୍ତିତ ଉଦ୍ଭାବନ ଓ ଜ୍ଞାନ-ଭିତ୍ତିକ ସେବା ଉଦ୍ୟୋଗର କେନ୍ଦ୍ରଭାବେ ପ୍ରତିଷ୍ଠା କରିବା ।
ଉତ୍ପାଦକତା ବୃଦ୍ଧି ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି ମାଧ୍ୟମରେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରକୁ ଉନ୍ନୀତ କରିବା ।
ଓଡ଼ିଶା ଖଣିଜ ପଦାର୍ଥର ମଧ୍ୟମ- ଓ ତଳସ୍ତର ମୂଲ୍ୟ ଶୃଙ୍ଖଳାକୁ ବ୍ୟାପକ କରିବା ।
ଉତ୍ପାଦର ଉତ୍କର୍ଷ ସାଧନ କରି ଓଡ଼ିଶାକୁ ଏକ ବିଶ୍ୱକେନ୍ଦ୍ରରେ ପରିଣତ କରିବା ।
ବନ୍ଦର-ଭିତ୍ତିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ଓଡ଼ିଶାରେ ଥିବା ସମୃଦ୍ଧ ଉପକୂଳର ପୂର୍ଣ୍ଣ ଉପଯୋଗ କରିବା ।
ମତ୍ସ୍ୟଚାଷ ଓ ଆକୁଆକଲଚର ଯଥୋଚିତ ବିକାଶ କରି ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିବା ।
ସହରାଞ୍ଚଳ କେନ୍ଦ୍ରଗୁଡ଼ିକୁ ସର୍ବୋତ୍ତମ ଆଭ୍ୟନ୍ତରୀଣ ସେବା ସହିତ ଉଚ୍ଚ ଉତ୍ପାଦକତାର କେନ୍ଦ୍ର ଭାବରେ ବିକଶିତ କରିବା ।
ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବାପାଇଁ ଏହାର ମେରୁଦଣ୍ଡ ଭାବରେ ମଲ୍ଟି-ମୋଡ଼ାଲ୍ ଲଜିଷ୍ଟିକ୍ସ ଏବଂ ପରିବହନ ନେଟୱାର୍କ ସୃଷ୍ଟି କରିବା ।
ବିକଶିତ ଓଡ଼ିଶା ଦିଗରେ ବିକାଶର କେନ୍ଦ୍ରୀୟ ଚାଳକଭାବେ ମହିଳାଙ୍କୁ ସଶକ୍ତ କରିବା ।
ପ୍ରତ୍ୟେକ ବ୍ୟକ୍ତିର ସାମର୍ଥ୍ୟ ବୃଦ୍ଧି ପାଇଁ ଶୈଶବ ଅବସ୍ଥାରୁ ଜୀବନବ୍ୟାପି ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଦକ୍ଷତାର ବିକାଶ ଘଟାଇବା ।
ଆଦିବାସୀ ଏବଂ ଦୁର୍ବଳ ଗୋଷ୍ଠୀର ସଶକ୍ତୀକରଣ - ଆଦିବାସୀ, ଅବହେଳିତ ଏବଂ ସମସ୍ତ ଦୁର୍ବଳ ଗୋଷ୍ଠୀ (ଉଦାହରଣସ୍ୱରୂପ, ଦିବ୍ୟାଙ୍ଗ)ଙ୍କୁ ସଶକ୍ତ କରିବା ।
ସାରା ରାଜ୍ୟରେ ସହରାଞ୍ଚଳର ସୁବିଧା ଏବଂ ସେବା ପ୍ରଦାନ (ପରିବହନ, ଡିଜିଟାଲ ଏବଂ ଆର୍ଥିକ ସଂଯୋଗ) କରି ଜନତାଙ୍କ ସହଜ-ଜୀବନଯାପନରେ ସହାୟକ ହେବା ।
ସମସ୍ତଙ୍କ ପାଇଁ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ଏବଂ ପୋଷଣ ସୁନିଶ୍ଚିତ କରିବା ।
ଶକ୍ତି କ୍ଷେତ୍ରରେ ସୁଲଭ ଉପଲବ୍ଧତାର ପରିବେଶ ସୃଷ୍ଟି ଏବଂ ଏହା ଉପରେ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ସହିତ ସବୁଜ ଶକ୍ତି ବିନିଯୋଗ ଦିଗରେ ପରିବର୍ତ୍ତନର ନେତୃତ୍ୱ ନେବା ।
ଜଳବାୟୁ ପରିବର୍ତ୍ତନ-ଜନିତ ଉତ୍କଟ ପରିସ୍ଥିତିର ପ୍ରଶମନ, ଅନୁକୂଳନ ଏବଂ ଏହାର ମୁକାବିଲା ପାଇଁ ସାମର୍ଥ୍ୟ ସୃଷ୍ଟି କରି ଦେଶ ଆଗରେ ଏକ ସ୍ୱର୍ଣ୍ଣ ମାନକ ପ୍ରସ୍ତୁତ କରିବା ।
ସମଗ୍ର ବିଶ୍ୱରେ ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଚାର-ପ୍ରସାରକୁ ଅଧିକ ଜୋର୍ଦାର୍ କରିବା ସହିତ ଆନ୍ତର୍ଜାତିକ ସ୍ତରରେ ଏକ କ୍ରୀଡ଼ା ଶକ୍ତିଭାବେ ଉଭାହେବା ଲାଗି ଭାରତର ଯାତ୍ରାକୁ ନେତୃତ୍ୱ ଦେବା ।