ଗୋପନୀୟତା ନୀତି

ଓଡ଼ିଶା ଭିଜନ୍ ନାଗରିକ ନିୟୋଜନ ମଞ୍ଚ ପାଇଁ ଗୋପନୀୟତା ନୀତି

ସ୍ୱତ୍ୱାଧିକାର ନୀତି

ଆମକୁ ଏକ ଇମେଲ୍ ପଠାଇ ଉପଯୁକ୍ତ ଅନୁମତି ସହ ଏହି ୱେବସାଇଟରେ ପ୍ରଦର୍ଶିତ ସମସ୍ତ ବିଷୟବସ୍ତୁର ନକଲ ମାଗଣାରେ କଢ଼ାଯାଇପାରେ । କଢ଼ାଯାଇଥିବା ନକଲର ବିଷୟଗୁଡ଼ିକ ସଠିକ ହେବା ଉଚିତ ଏବଂ ଅପମାନଜନକ କିମ୍ବା ବିଭ୍ରାନ୍ତିକର ଢଙ୍ଗରେ ବ୍ୟବହୃତ ହେବା ଉଚିତ ନୁହେଁ । ବିଷୟବସ୍ତୁଗୁଡ଼ିକୁ ପ୍ରକାଶିତ କରାଗଲେ କିମ୍ବା ଅନ୍ୟମାନଙ୍କ ନିକଟକୁ ପଠାଗଲେ ସେଥିରେ ସ୍ପଷ୍ଟ ଭାବରେ ମୂଳ ଉତ୍ସ ଉଲ୍ଲେଖ ରହିବା ଆବଶ୍ୟକ । ତେବେ କୌଣସି ବିଷୟବସ୍ତୁ କୌଣସି ତୃତୀୟ ପକ୍ଷର ସ୍ୱତ୍ୱାଧିକାର ବୋଲି ଚିହ୍ନଟ ହୋଇଥିଲେ ଏହି ଅନୁମତି ସେଥିପାଇଁ ପ୍ରଯୁଜ୍ୟ ନୁହେଁ । ଏହିପରି ବିଷୟବସ୍ତୁର ନକଲ କାଢ଼ିବା ପାଇଁ ଅନୁମତି ସିଧାସଳଖ ସମ୍ପୃକ୍ତ ବିଭାଗ କିମ୍ବା ସ୍ୱତ୍ୱାଧିକାରୀଙ୍କଠାରୁ ପ୍ରାପ୍ତ ହେବା ଆବଶ୍ୟକ ।

ଏହି ନିୟମାବଳୀ ଏବଂ ସର୍ତ୍ତାବଳୀ ଭାରତୀୟ ଆଇନ ଅନୁଯାୟୀ ପରିଚାଳିତ ଏବଂ ସେହି ଅନୁସାରେ ସେଗୁଡ଼ିକର ବ୍ୟାଖ୍ୟାନ କରାଯାଇଥାଏ । ଏହି ସର୍ତ୍ତାବଳୀକୁ କେନ୍ଦ୍ରକରି ଉପୁଜିବା କୌଣସି ବିବାଦର ବିଚାର କେବଳ ଭାରତୀୟ ଅଦାଲତମାନଙ୍କ ବିଶେଷ ଅଧିକାରର ଅନ୍ତର୍ଭୁକ୍ତ ।

ବାହ୍ୟ ୱେବସାଇଟ୍ / ପୋର୍ଟାଲଗୁଡ଼ିକର ଲିଙ୍କ୍

ଏହି ୱେବସାଇଟରେ ଆପଣଙ୍କ ସୁବିଧା ପାଇଁ ଅନ୍ୟ ୱେବସାଇଟ୍ / ପୋର୍ଟାଲଗୁଡ଼ିକର ଲିଙ୍କ୍ ରହିଛି । ଲିଙ୍କ୍ ହୋଇଥିବା ଏହି ୱେବସାଇଟଗୁଡ଼ିକର ବିଷୟବସ୍ତୁ କିମ୍ବା ବିଶ୍ୱସନୀୟତା ପାଇଁ ଓଡ଼ିଶା ସରକାର ଦାୟୀ ନୁହଁନ୍ତି ଏବଂ ସେଗୁଡ଼ିକରେ ପ୍ରକାଶିତ ମତାମତକୁ ଅନୁମୋଦନ କରନ୍ତି ନାହିଁ । ଏହି ୱେବସାଇଟରେ କୌଣସି ଲିଙ୍କର ଉପସ୍ଥିତିର ଅର୍ଥ କୌଣସିପ୍ରକାରେ ମଧ୍ୟ ଅନୁମୋଦନମୂଳକ ନୁହେଁ । ଆମେ ସବୁବେଳେ ଏହି ଲିଙ୍କଗୁଡ଼ିକର ଉପଲବ୍ଧତା ଗ୍ୟାରେଣ୍ଟି ଦେଇପାରିବୁ ନାହିଁ । ଅଧିକନ୍ତୁ, ଲିଙ୍କ୍ ହୋଇଥିବା ପୃଷ୍ଠାଗୁଡ଼ିକର ଉପଲବ୍ଧତା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ।

ଅନ୍ୟ ୱେବସାଇଟଦ୍ୱାରା ଆମ ୱେବସାଇଟର ଲିଙ୍କ୍

ଆମେ ଏହି ୱେବସାଇଟରେ ସ୍ଥାନିତ ହୋଇଥିବା ସୂଚନାଗୁଡ଼ିକ ସହିତ ଆପଣଙ୍କ ସିଧାସଳଖ ଲିଙ୍କ୍କୁ ସ୍ୱାଗତ କରୁଛୁ । ଏଥିରେ ଆମର କୌଣସି ଆପତ୍ତି ନାହିଁ । ଏପରି ଲିଙ୍କ୍ ପାଇଁ କୌଣସି ପୂର୍ବାନୁମତିର ଆବଶ୍ୟକତା ନାହିଁ । ତଥାପି, ଆମେ ଆମ ୱେବସାଇଟକୁ ପ୍ରଦାନ କରାଯାଇଥିବା କୌଣସି ଲିଙ୍କ୍ ବିଷୟରେ ଅବଗତ ହେଲେ ଖୁସୀ ହେବୁ । ଏହାଦ୍ୱାରା ଆମେ ଆପଣଙ୍କୁ କୌଣସି ସଦ୍ୟତମ ପରିବର୍ତ୍ତନ ବିଷୟରେ ସୂଚିତ କରିପାରିବୁ । ଦୟାକରି ଧ୍ୟାନ ରଖିବେ ଏବଂ ସୁନିଶ୍ଚିତ କରିବେ ଆମର ପୃଷ୍ଠାଗୁଡ଼ିକ ଯେପରି ଆପଣଙ୍କ ସାଇଟ୍‍ର ଫ୍ରେମରେ ଲୋଡ଼୍ ନହୁଏ । ଏହି ୱେବସାଇଟ୍‍ର ପୃଷ୍ଠାଗୁଡ଼ିକ ଉପଭୋକ୍ତାଙ୍କଦ୍ୱାରା ନୂତନଭାବେ ଖୋଲାଯାଇଥିବା ଏକ ବ୍ରାଉଜର ୱିଣ୍ଡୋରେ ଖୋଲିବା ଆବଶ୍ୟକ ।

ଗୋପନୀୟତା ନୀତି

ଏହି ୱେବସାଇଟ୍ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ସୂଚନା (ଯେପରିକି ନାମ, ଫୋନ୍ ନମ୍ବର, କିମ୍ୱା ଇମେଲ୍ ଠିକଣା) ସ୍ୱତଃସ୍ଫୂର୍ତ୍ତଭାବେ ଗ୍ରହଣ କରିନିଏ ନାହିଁ, ଯାହା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନଟ କରିବାରେ ଆମପାଇଁ ସହାୟକ ହେବ । ଯେଉଁ ସ୍ଥଳରେ ଏହି ୱେବସାଇଟ୍ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରେ, ସେ କ୍ଷେତ୍ରରେ ସେହି ସୂଚନା ସଂଗ୍ରହର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବିଷୟରେ ଆପଣଙ୍କୁ ଅବଗତ କରାଯିବ ଏବଂ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ସୁରକ୍ଷାମୂଳକ ପଦକ୍ଷେପ ନିଆଯିବ।

ଆମେ ଏହି ୱେବସାଇଟରେ ସ୍ୱେଚ୍ଛାକୃତଭାବେ ପ୍ରଦତ୍ତ କୌଣସି ଚିହ୍ନଟମୂଳକ ସୂଚନା କୌଣସି ସରକାରୀ କିମ୍ବା ବେସରକାରୀ ତୃତୀୟ ପକ୍ଷକୁ ବିକ୍ରୟ କରିବୁ ନାହିଁ କିମ୍ବା ପଠାଇବୁ ନାହିଁ । ଏହି ୱେବସାଇଟକୁ ପ୍ରଦାନ କରାଯାଇଥିବା କୌଣସି ସୂଚନା କ୍ଷତି, ଅପବ୍ୟବହାର, ଅନଧିକୃତ ଆକସେସ୍ କିମ୍ବା ପ୍ରକାଶ, ପରିବର୍ତ୍ତନ କିମ୍ବା ନଷ୍ଟ ହେବାରୁ ସୁରକ୍ଷିତ ରହିବ ।

ଆମେ ଉପଭୋକ୍ତାଙ୍କ ବିଷୟରେ କିଛି ସୂଚନା ସଂଗ୍ରହ କରିଥାଉ, ଯେପରିକି ଇଣ୍ଟରନେଟ୍ ପ୍ରୋଟୋକଲ୍ (IP) ଠିକଣା, ଡୋମେନ୍ ନାମ, ବ୍ରାଉଜର୍ ପ୍ରକାର, ଅପରେଟିଂ ସିଷ୍ଟମ୍, ପରିଦର୍ଶନର ତାରିଖ ଏବଂ ସମୟ, ଏବଂ ପରିଦର୍ଶନ ହୋଇଥିବା ପୃଷ୍ଠା । ସାଇଟକୁ କ୍ଷତି ପହଞ୍ଚାଇବାକୁ କୌଣସି ଉଦ୍ୟମ ଧରାନପଡ଼ିବା ପର୍ଯ୍ୟନ୍ତ ଆମେ ଏହି ଠିକଣାଗୁଡ଼ିକୁ ଆମ ସାଇଟ ପରିଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ସହିତ ଲିଙ୍କ୍ କରିବାକୁ ଚେଷ୍ଟା କରିବୁ ନାହିଁ ।

ନିୟମ ଏବଂ ସର୍ତ୍ତାବଳୀ

ଏହି ୱେବସାଇଟକୁ ଓଡ଼ିଶା ସରକାରଙ୍କଦ୍ୱାରା ଡିଜାଇନ ଏବଂ ହୋଷ୍ଟ କରାଯାଇଛି । ଯଦିଓ ଏହି ୱେବସାଇଟରେ ବିଷୟବସ୍ତୁର ସଠିକତା ଏବଂ ପ୍ରଚଳନ/ସାଂପ୍ରତିକତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି, ଏହାକୁ ବୈଧାନିକ ବିବୃତି ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ କିମ୍ବା ଏହାକୁ କୌଣସି ଆଇନଗତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ନୁହେଁ । କୌଣସି ଅସ୍ପଷ୍ଟତା କିମ୍ବା ସନ୍ଦେହ ଥିଲେ ଉପଭୋକ୍ତାଙ୍କୁ ସଚିବାଳୟ ଏବଂ କିମ୍ବା ଅନ୍ୟ ଉତ୍ସଗୁଡ଼ିକ ସହିତ ଯୋଗାଯୋଗ କରି ଯାଞ୍ଚ କରିବାକୁ ଏବଂ ଉପଯୁକ୍ତ ବୃତ୍ତିଗତ ପରାମର୍ଶ ନେବାଲାଗି ସେମାନଙ୍କୁ ଆଦିଷ୍ଟ କରାଯାଉଛି ।

କୌଣସି ପରିସ୍ଥିତିରେ ମଧ୍ୟ ସଚିବାଳୟ ଏହି ୱେବସାଇଟର ବ୍ୟବହାର ଯୋଗୁଁ କିମ୍ବା ସମ୍ବନ୍ଧିତ ତଥ୍ୟର ବ୍ୟବହାର, କିମ୍ବା ବ୍ୟବହାରଜନିତ ତଥ୍ୟ ନଷ୍ଟ, କିମ୍ବା ବ୍ୟବହାରଜନିତ କୌଣସି ଖର୍ଚ୍ଚ, କ୍ଷତି କିମ୍ବା କ୍ଷତି ସମେତ କୌଣସି ସୀମାବିହୀନ, ପରୋକ୍ଷ କିମ୍ବା ପରିଣାମଗତ କ୍ଷତି ପାଇଁ ଉତ୍ତରଦାୟୀ ରହିବ ନାହିଁ । ଏହି ନିୟମାବଳୀ ଏବଂ ସର୍ତ୍ତାବଳୀ ଭାରତୀୟ ଆଇନ ଅନୁଯାୟୀ ପରିଚାଳିତ ଏବଂ ବ୍ୟାଖ୍ୟାତ ହେବ । ଏହି ସର୍ତ୍ତାବଳୀ ଅଧୀନରେ ଉପୁଜୁଥିବା କୌଣସି ବିବାଦ ଭାରତର ଅଦାଲତଙ୍କ ଅଧିକାରର ଅଧୀନଭୁକ୍ତ ।

କୌଣସି ତୃତୀୟ ପକ୍ଷର ୱେବସାଇଟ୍ ଓଡ଼ିଶାର ଏହି ଷ୍ଟେଟ୍ ପୋର୍ଟାଲର ବିଷୟବସ୍ତୁକୁ କୌଣସି ରୂପରେ କିମ୍ବା ଉପାୟରେ ତାଙ୍କ ୱେବସାଇଟରେ ବହନ କରିଥିଲେ ମଧ୍ୟ ସେଥିପାଇଁ ଓଡ଼ିଶା ଷ୍ଟେଟ୍ ପୋର୍ଟାଲ ଦାୟୀ ନୁହେଁ ।

ଆପଣଙ୍କ ପରାମର୍ଶ ପଠାନ୍ତୁ
QR Code
WhatsApp